ଏଟିଏମ୍‍ରୁ ବାହାରୁଛି ମୋଦକ

0

ପୁନେ: ଟଙ୍କା ଓ ପାଣି ଏଟିଏମ୍‍ ବିଷୟରେ ଆପଣ ଶୁଣିଛନ୍ତି। କିନ୍ତୁ ମୋଦକ ଏଟିଏମ୍‍ ବିଷୟରେ ଜାଣିଛନ୍ତି କି? ମେସିନ୍‍ରେ କାର୍ଡ ଭର୍ତ୍ତି କଲେ ବାହାରୁଛି ମୋଦକ ବା ଲଡ଼ୁ। ପୁନେ ନିବାସୀ ସଞ୍ଜିବ କୁଲକର୍ଣ୍ଣୀ ଏଭଳି ଏକ ମେସିନ ଉଦ୍ଭାବନ କରିଛନ୍ତି। ଟେକ୍ସଟାଇଲ୍‍ ଇଞ୍ଜିନିୟର କୁଲକର୍ଣ୍ଣୀ ତାଙ୍କ ଘରର ଗୋଟିଏ କୋଣରେ ଏହି ଏଟିଏମ୍‍ ମେସିନ୍‍ ସ୍ଥାପନା କରିଛନ୍ତି। ପ୍ଲାଏଉଡ୍‍ରେ ନିର୍ମିତ ଏହି ମେସିନ୍‍ରେ ୨୧ଟି ଟ୍ରେ ରହିପାରିବା ଭଳି ବ୍ୟବସ୍ଥା ହୋଇଛି। ସାଧାରଣ ଏଟିଏମ୍‍ କାର୍ଡ ମେସିନ୍‍ରେ ଭର୍ତ୍ତି କରି ବଟନ୍‍ ଜରିଆରେ ପରିମାଣ ଉଲ୍ଲେଖ କଲେ ମୋଦକ ବାହାରି ଆସୁଛି। ମୋଦକର ଦାମ୍‍ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ଆକାଉଣ୍ଟରୁ ଟଙ୍କା କଟୁଛି। ଚଳିତ ବର୍ଷ ଗଣେଶ ଚତୁର୍ଥୀ ଉପଲକ୍ଷେ କୁଲକର୍ଣ୍ଣୀ ଏଭଳି ଅଭିନବ ଉଦ୍ୟମ କରିଥିବା ଜଣାପଡ଼ିଛି। ୧୯୮୭ ମସିହାରୁ ପ୍ରତିବର୍ଷ ଗଣେଶ ଚତୁର୍ଥୀ ଅବସରରେ ସେ ଏଭଳି ଅଭିନବ ଉଦ୍ୟମ କରି ଆସୁଛନ୍ତି। ଗତ ବର୍ଷ ଏକ ଅଗରବତୀ ଭିତରେ ଗଣେଶଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି ସେ ଚର୍ଚ୍ଚାକୁ ଆସିଥିଲେ।

Leave A Reply