ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ୱାରୀଙ୍କର ପରଲୋକ

0

ନୂଆଦିଲ୍ଲୀ . – ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ  ଏନ୍‌ ଡି ତିଓ୍ୱାରୀଙ୍କର ଦିଲ୍ଲୀର ଏକ ସୁପର ସ୍ପେଶିଆଲିଟି ହସପିଟାଲରେ ମୃତ୍ୟୁ ହୋଇଛି । ତାଙ୍କ ଶରୀରର ବିଭିନ୍ନ  ଗୁରୁତ୍ୱ ପୂର୍ଣ୍ଣ ଅଂଶ କାମ କରିବା ବନ୍ଦ   କରି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି ।  ଏନ୍‌ଡି ତିଓ୍ୱାରୀଙ୍କର ୯୩ ତମ ଜନ୍ମ ଦିନରେ  ମୃତ୍ୟୁ ହୋଇଥିବା ଏନ୍‌ଡିଟିଭର ଏକ ଖବରରେ ସୂଚନା ଦିଆଯାଇଛି ।

ନିମୋନିଆରେ ଆକ୍ରାନ୍ତ ହେବାରୁ ତାଙ୍କୁ  ଚଳିତ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶ କାମ କରିବା ବନ୍ଦ କରିଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ମାକ୍ସ ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ । ସେ ଆନ୍ଧ୍ର ପ୍ରଦଶର ରାଜ୍ୟପାଳ ବି ଥିଲେ । ଗତ ବର୍ଷ ମସ୍ତିଷ୍କ ପ୍ରଦାହ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply