ଆସିବ ୧୦୦ ଟଙ୍କିଆ କଏନ୍‍, ରହିବ ବାଜପେୟୀଙ୍କ ଚିତ୍ର

0

ମୁମ୍ବଇ: ଖୁବ୍‍ ଶୀଘ୍ର ୧୦୦ ଟଙ୍କିଆ କଏନ୍‍ ପ୍ରଚଳନ ହେବ। କଏନ୍‍ର ଗୋଟିଏ ପାଶ୍ୱର୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତ୍ର ଓ ଅପରପାଶ୍ୱର୍ରେ ଅଶୋକଚକ୍ର ସ୍ଥାନିତ ହେବ। ୩୫ ଗ୍ରାମ ଓଜନ ବିଶିଷ୍ଟ ଏହି ମୁଦ୍ରାରେ ଉଭୟ ଦେବନାଗରୀ ଓ ଇଂରାଜୀରେ ୧୦୦ ଟଙ୍କା ବୋଲି ଲେଖାଯିବ। ଅଟଳ ବିହାରୀ ବାଜପେୟୀଙ୍କ ଚିତ୍ର ଥିବା ପାଶ୍ୱର୍ର ସର୍ବନିମ୍ନରେ ୧୯୨୪-୨୦୧୮ ଲେଖାଯିବ। ସେହିପରି ଅଶୋକଚକ୍ର ଚିହ୍ନ ପାଶ୍ୱର୍ର ବାମ ପଟେ ଦେବନାଗରୀ ଲିପିରେ ‘ଭାରତ’ ଓ ଡାହାଣ ପାଶ୍ୱର୍ରେ ଇଂରାଜୀରେ ‘ଇଣ୍ଡିଆ’ ବୋଲି ଉଲ୍ଳେଖ ରହିବ। ତଳେ ‘ଟଙ୍କା’ ପ୍ରତୀକ ସହିତ ‘୧୦୦’ ଲେଖାଯିବ।
ତିନିଥର ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରିଥିବା ବାଜେପେୟୀଙ୍କ ସ୍ମୃତିରେ ହିମାଳୟର ଚାରିଟି ଶୃଙ୍ଗ ଓ ଛତିଶଗଡ଼ର ନୟା ରାୟପୁରକୁ ନାମିତ କରାଯାଇଥିବା ବେଳେ ଉତ୍ତରାଖଣ୍ଡର ଡେରାଡୁନ୍‍ ବିମାନବନ୍ଦର ଓ ଲକ୍ଷେ୍ନøର ହଜରତଗଞ୍ଜ ଚୌରାହକୁ ଖୁବ୍‍ ଶୀଘ୍ର ଅଟଳଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ହୋଇଛି।

Leave A Reply