ଆଜଲାନ ଶାହା କପ୍‌: ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

0

ଇପୋ (ମାଲେସିଆ): ଏଠାରେ ଚାଲିଥିବା ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ୩ଟି ମ୍ୟାଚ୍‌ ଖେଳିଥିଲେ ହେଁ ବିଜୟ ହାସଲ କରି ପାରିନାହିଁ। ପ୍ରଥମ ୨ଟି ମ୍ୟାଚ୍‌ରୁ ମାତ୍ର ୧ ପଏଣ୍ଟ ପାଇଥିବା ଭାରତ ମଙ୍ଗଳବାର ୪ର୍ଥ ରାଉଣ୍ଡ ରବିନ୍‌ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ୪-୨ ଗୋଲ୍‌ରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ଫଳରେ ଭାରତର ଫାଇନାଲ ଖେଳିବାର ଆଶା ସଙ୍କଟରେ ପଡ଼ିଯାଇଛି। ଭାରତର ଆଉ ୨ଟି ମ୍ୟାଚ୍‌ ବାକିଥିବା ବେଳେ ମାତ୍ର ୧ ପଏଣ୍ଟ ସହ ଭାରତ ୬ଟି ଦଳଙ୍କ ମଧ୍ୟରେ ୫ମ ସ୍ଥାନକୁ ଖସିଆସିଛି। ବୁଧବାର ଆୟୋଜକ ମାଲେସିଆ ବିପକ୍ଷରେ ଭାରତ ୪ର୍ଥ ମ୍ୟାଚ୍‌ ଖେଳିବ।

Leave A Reply