ଅନର କିଲିଂ: ତିନି ବର୍ଷରେ ୩୦୦ ମାମଲା

0

ନୂଆଦିଲ୍ଳୀ: ଗତ ତିନି ବର୍ଷ ଭିତରେ ଭାରତରେ ଅନର କିଲିଂ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କେବଳ ସରକାରୀ ଭାବେ ତିନି ବର୍ଷ ଭିତରେ ୩୦୦ ମାମଲା ରୁଜୁ ହୋଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ବୋଲି କୁହାଯାଉଛି।
ଗତ ସପ୍ତାହରେ କେବଳ ହାଇଦ୍ରାବାଦ୍‍ରେ ଏଭଳି ଦୁଇ ଦୁଇଟି ଘଟଣା ଘଟିଛି। ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି କନ୍ୟାର ପିତା। ଗୋଟିଏ ଘଟଣାରେ ଗର୍ଭବତୀ ପତ୍ନୀ ସାମ୍ନାରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଘଟଣାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ପୁରୁଷ ଜଣକ।
୨୦୧୫ରେ ଏଭଳି ଘଟଣାରେ ୨୫୧ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ୨୦୧୪ ତୁଳନାରେ ଏହି ହିଂସା ୭୯୬% ବୃଦ୍ଧି ବୋଲି ଜଣାପଡ଼ିଛି। ଅନର କିଲିଂକୁ ଏକ ଗୁରୁତର ଅପରାଧ ଭାବେ ବିବେଚନା କରିବାକୁ ୨୦୦୬ରେ ସ୍ରୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ହେଁ ଏ ସମ୍ପର୍କିତ ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରିବାରେ ଅବହେଳା ଯୋଗୁଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରୁନାହିଁ।

Leave A Reply