ଅଣ୍ଡା କିମା

0

ଆବଶ୍ୟକୀୟ ସାମଗ୍ରୀ: ସିଝା ଅଣ୍ଡା ୩ଟି, କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଦଳଦି ଗୁଣ୍ଡ, ଗରମ ମସଲା, ଲୁଣ, ତେଲ ଓ ଏକ ଚାମଚ ବେସନ ।

ପ୍ରସ୍ତୁତ ପ୍ରଳାଣୀ: ଗ୍ୟାସରେ ପ୍ୟାନ୍ ବସାଇ ତେଲ ଗରମ କରି ପ୍ରଥମେ ଅଳ୍ପ ବେସନକୁ ଭାଜି ରଖନ୍ତୁ । ଏବେ ଅନ୍ୟ ଏକ ପ୍ୟାନରେ ତେଲ ଗରମ କରି ସେଥିରେ କଟା ପିଆଜ ଭାଜନ୍ତୁ । ଏହି ସମୟରେ ସିଝା ଅଣ୍ଡାକୁ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ କଟା ଟମାଟୋ, ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଦଳଦି ଗୁଣ୍ଡ, ଗରମ ମସଲା, ଲୁଣ ପକାଇ କଷନ୍ତୁ । ମସଲା ହେଇଗଲେ ଅଳ୍ପ ପାଣି ଦେଇ କଷନ୍ତୁ ।
ଏବେ ସେଥିରେ ଭଜା ବେସନକୁ ପକାଇ ଗୋଳାଇ ଦିଅନ୍ତୁ । ବେସନ ପକାଇବା ଦ୍ବାରା ଗ୍ରେଭି ମୋଟା ହୋଇଥାଏ । ମସଲାରେ ବେସନ ଭଲ ଭାବରେ ମିଶିଗଲେ ସେଥିରେ କଟା ଅଣ୍ଡାକୁ ପକାଇ ଗୋଳାଇ ଦିଅନ୍ତୁ । ଏହାକୁ ଘୋଡାଇ ୫ ମିନିଟ୍ ଛାଡି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅଣ୍ଡା କିମା । ଉପରେ ଧନିଆ ପତ୍ର ପରସି ଦିଅନ୍ତୁ ଅଣ୍ଡା କିମା । ଏହାକୁ ରୁଟି ବା ପୁରୀ ସହ ଖାଇଲେ ବଢିଆ ଲାଗିବ ।

Leave A Reply