ଅଟୋ ଓଲଟି ୪ ଗୁରୁତ୍ୱର

0

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଆଲିଗଣ୍ଡାର ଅଡବା ଗ୍ରାମ ଅଭିମୁଖେ ଆସୁଥିବା ଏକ ଅଟୋ ଅଡବା ନିକଟ ଝିଲିକି ରାଜ ନଗର ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଟୋରେ ଥିବା ୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ସ୍ଥାନରେ ମୋହନା ଥାନା ଅନ୍ତର୍ଗତ ଗଣ୍ଡାପଦର ଗ୍ରାମର ପ୍ରକାଶ ମଳିକ(୩୫), କଟାମା ଗ୍ରାମର ସୁଷମା ମନ୍ତ୍ରୀ (୪୦), ଅସୁପାଞ୍ଜଳି ମନ୍ତ୍ରୀ (୧୫), ଦମାଦୁଆ ଗ୍ରାମର କୁସା ମାଝୀ (୨୦) ଓ ନିରଞ୍ଜନ ଶବରଙ୍କ ହାତ, ମୁଣ୍ଡ, ଗୋଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଆହତଙ୍କୁ ଅଡବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଗୁରୁତର ଥିବା ପ୍ରକାଶ ମଳିକଙ୍କୁ ସେଠାରୁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଛି।

Leave A Reply