ୱାଇଏସଆରସିପିରେ ମିଶିଲେ ଦୁଇ ବରିଷ୍ଠ ଟିଡିପି ନେତା

0

ହାଇଦରାବାଦ,୧୬ା୩: ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ଦୁଇ ବରିଷ୍ଠ ନେତା ପିଥାପୁରମ୍ ଭାଙ୍ଗା ଗୀଥା ଓ ଆଡାଲ ପ୍ରଭାକର ରେଡ୍ଡି ଶନିବାର ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି)ରେ ମିଶିଛନ୍ତି। ଲୋକସଭା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଟିଡିପି ନେତା ଦ୍ବୟ ଦଳ ବଦଳ କରିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଗୀଥା ଲୋକସଭା ସାଂସଦ ଥିଲେ। ଏବେ ସେ ଟିଡିପିରୁ ରାଜ୍ୟସଭା ସଭ୍ୟ ଅଛନ୍ତି। ତେବେ ସେ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ୱାଇଏସ୍ଆରସିପିରୁ ଟିକଟ ପାଇବା ଆଶାରେ ଦଳବଦଳ କରିଛନ୍ତି। ତେବେ ରେଡ୍ଡିଙ୍କୁ ଟିଡିପି ପକ୍ଷରୁ ଟିକଟ ଦିଆଯିବା ସତ୍ତ୍ବେ ସେ ଦଳ ଛାଡିଛନ୍ତି। ତାଙ୍କୁ ନେଲୋର ଗ୍ରାମାଞ୍ଚଳ ଆସନରୁ ପ୍ରାର୍ଥୀ କରାଯାଇଥିଲା।

Leave A Reply