ରବିବାର ରାଶିଫଳ

0

ମେଷ: ଆଗୁଆ ସୂଚନାକୁ ଅବଜ୍ଞା କଲେ ଅଚାନକ ବିପଦରେ ପଡ଼ିବାର ସମ୍ଭାବନା ଅଛି। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଉତ୍ତମ ବୁଦ୍ଧି ଓ ଧନ ବାହନଯୁକ୍ତ ହୋଇପାରନ୍ତି। ଧନ ସହିତ ଶ୍ରେଷ୍ଠ ମାନ୍ୟତା ମିଳିବ। ଭୋଗାସକ୍ତ ହେବେ।

ବୃଷ: ବିଳାସ ବ୍ୟସନରେ ଦ୍ରବ୍ୟ ଲାଭ ହୋଇପାରେ। କଠିନ ସ୍ୱଭାବର ହେବେ। ବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମରେ ନିୟୋଜିତ ହେବେ। ଧର୍ମାସକ୍ତ ଓ ମତିମାନ୍‍ ହେବେ। ପୁତ୍ର-ମିତ୍ର ହେତୁକ ସୁଖଭୋଗୀ ହେବେ।

ମିଥୁନ: ଚିନ୍ତାମୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ପ୍ରିୟ ଲୋକଙ୍କ ସାହଚର୍ଯ୍ୟ ମିଳିବ। ଉତ୍ତମ ବୁଦ୍ଧି ସହିତ ବାକ୍‍ ପଟୁତା ଅର୍ଜନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ନିଜ ବନ୍ଧୁ ବାନ୍ଧବଙ୍କୁ ସହାୟତା ଯୋଗାଇ ଦେବେ।

କର୍କଟ: ଆଇନଗତ ସମସ୍ୟାରେ ସନ୍ତୁଷ୍ଟ ହୋଇପାରନ୍ତି। ସତ୍‍ସଙ୍ଗୀ ହେବେ। ଶ୍ରେଷ୍ଠ ପଦବୀଧାରୀ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି, କର୍ମକ୍ଷେତ୍ରରେ ଆଗୁସାର ହୋଇପାରନ୍ତି। କୀର୍ତ୍ତି, ମର୍ତି, ସ୍ବତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିବ।

ସିଂହ: ବନ୍ଧୁଙ୍କ ସହିତ ମନୋ-ମାଳିନ୍ୟ ଉପୁଜି ପାରେ। ଧୈର୍ଯ୍ୟହାନି ଘଟିବାର ସମ୍ଭାବନା ଅଛି। ବିବାଦରେ ଜିତାପଟ୍‍ ନେଇ ପାରନ୍ତି। ପୁତ୍ର ସହିତ ଅର୍ଥ ଲାଭର ସୂଚନା ମିଳୁଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ

କନ୍ୟା: ଯାତ୍ରାଦିରେ ଲାଭବାନ୍‍ ହେବେ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ପରଚର୍ଚ୍ଚା କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ସର୍ବତ୍ର ସୁଖ ଓ ବିଜୟ ହାସଲ କରିବେ।

ତୁଳା: ଆୟ ବୁଦ୍ଧିର ସୂଚନା ମିଳୁଛି। ବିଭିନ୍ନ ସ୍ତରରେ ଆଦରଣୀୟ ହୋଇପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। କୌଣସି କାରଣରୁ ଭୟଭୀତ ହୋଇପାରନ୍ତି। ବନ୍ଧୁ ସହାୟତା ମିଳିବ। ବିବାହ ସ୍ଥିର ହୋଇପାରେ।

ବିଛା: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଦ୍ୱନ୍ଦ୍ବର ସମ୍ମୁଖୀନ ହେବେ। ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। ଶାସ୍ତ୍ରପଟୁ ହେବେ। ପୁଣ୍ୟ ଦେହୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ ଧନଶାଳୀ ହେବେ।

ଧନୁ: ଆୟ ଖୁବ୍‍ ଭଲ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବହୁ ସୁଖର ଅଧିକାରୀ ହେବେ। ସାଧୁ ପ୍ରଦତ୍ତ କଲ୍ୟାଣରେ ପୁତ୍ର, ଅର୍ଥ, ପୁତ୍ରବତ୍‍ ସମ୍ପଦ ଲାଭ କରିବେ। ସାହସୀ ହେବେ। କୁଶଳ ଓ ବାଞ୍ଛିତ କାର୍ଯ୍ୟ କରିବେ।

ମକର: ଉପରକୁ ଜଣା ନ ପଡୁ ଥିଲେ ବି ଭିତରେ ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି। କୃଷିକ୍ଷେତ୍ରରେ ପାରଙ୍ଗମ ହେବେ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ସାମର୍ଥ୍ୟରେ ପରିପ୍ରକାଶ ଘଟିବ। ବିନୀତ ସ୍ୱଭାବ ସମ୍ପନ୍ନ ହେବେ।

କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଆଶାବାଦୀ ହେବେ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୀତ ସ୍ୱଭାବର ହେବେ। ପତ୍ନୀଙ୍କ ଅଭୀଷ୍ଟ ପୁରଣ କରିବେ। ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି।

ମୀନ: ହଠାତ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ଧନଶାଳୀ ହୋଇପାରନ୍ତି। ରାଜକୋଶରୁ ଅର୍ଥ ମିଳିପାରେ।

Leave A Reply