ଯୌତୁକ ନିର୍ଯାତନା ଅଭିଯୁକ୍ତଙ୍କୁ ମିଳିବ ଆଗୁଆ ଜାମିନ୍‍: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଏଣିକି ଯୌତୁକ ନିର୍ଯାତନା ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍‍ ମିଳିପାରିବ। ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୯୮କ ତର୍ଜମା ଅବସରରେ ଶୁକ୍ରବାର ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ଏ ସମ୍ପର୍କିତ ଆଗତ ମାମଲାର ଶୁଣାଣି ପରେ ଗତ ଏପ୍ରିଲ୍‍ ୨୩ ତାରିଖରେ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ଯୌତୁକ ନିର୍ଯାତନା ନିରୋଧ ଆଇନ୍‍ର ଅପବ୍ୟବହାର ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା। ଉକ୍ତ ଆବେଦନଗୁଡ଼ିକର ମିଳିତ ଶୁଣାଣି କରି ଯୌତୁକ ନିର୍ଯାତନା ଅଭିଯୋଗର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଗତ ବର୍ଷ ଜୁଲାଇ ମାସରେ ନିର୍ଦେଶ ଦେଇଥିଲେ। ସେହି ନିର୍ଦେଶକୁ ଟିକିଏ ପରିବର୍ତ୍ତନ କରି ସୁପ୍ରିମକୋର୍ଟ ସାନି ନିର୍ଦେଶନାମା ଜାରି କରିଛନ୍ତି।

Leave A Reply