ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବାବୁ ଆହତ

0

କେନ୍ଦ୍ରାପଡା : କୁଖ୍ୟାତ ଅପରାଧୀ ବାବୁ ସାହୁ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। କେନ୍ଦ୍ରାପଡା ଟାଉନ ଥାନା ଛଘରିଆ ଇଛାପୁର ରାସ୍ତାରେ ପୋଲିସ ଓ ବାବୁ ସାହୁ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳି ବାବୁର ଡାହାଣ ଗୋଡରେ ବାଜିଥିଲା। ତାକୁ ଆହତ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାବୁ ନାମରେ ପୂର୍ବରୁ ବହୁ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ବାବୁ ଠାରୁ ଗୋଟିଏ ଆପାଚି ବାଇକ, ବନ୍ଧୁକ ଓ ଗୁଳି ଜବତ ହୋଇଛି।

Leave A Reply