ଜୁଲିଏନ- କାହାଣୀ

ବାକ୍‌ ସ୍ବାଧୀନତାର ପତିତ ନାୟକ?

0
65

ଜୁଲିୟନ ଆସେଞ୍ଜ ବାକ୍‌ ସ୍ବାଧୀନତା ଓ ସୂଚନା ଅଧିକାରର ଜଣେ ଦୃଢ଼ ପ୍ରବକ୍ତା। ସେ ଲୋକପ୍ରିୟ କଳାକାର କିମ୍ବା ରାଜନେତା ନୁହନ୍ତି; ତେଣୁ ସାଧାରଣରେ ସ୍ବଳ୍ପଜ୍ଞାତ। ସ୍ବିଡେନ ଜନ୍ମିତ ଆସେଞ୍ଜ ୱିକିଲିକ୍ସର ସହ ପ୍ରତିଷ୍ଠାତା। ବିନାଲାଭ ଓ କ୍ଷତି ନୀତିରେ ପରିଚାଳିତ ଏହି ସଂଗଠନଟି ବିଶ୍ବର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ, ସରକାରୀ ତଥା ଉଚ୍ଚସ୍ତରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଏହାର ୱେବସାଇଟରେ ପ୍ରମାଣସିଦ୍ଧ ତଥ୍ୟ ପ୍ରକାଶ କରିଥାଏ। ଏସବୁ ତଥ୍ୟ ଯୋଗାଣକାରୀଙ୍କ ନାମ ଓ ଠିକଣା ମଧ୍ୟ ଗୁପ୍ତ ରଖାଯାଏ। ୱିକିଲିକ୍ସ ପାଖରେ ୧୦ ନିୟୁତ ଗୁପ୍ତ ତଥ୍ୟ ରହିଛି ବୋଲି ଏହାର ଏହି ସାଇଟ ଓ ପ୍ରେସ ସୂତ୍ରରୁ ଜଣାପଡ଼େ।
ଗଣତନ୍ତ୍ରରେ ବାକ୍‌ସ୍ବାଧୀନତା ଓ ପରିପ୍ରକାଶର ଗୁରୁତ୍ବ ଅନସ୍ବୀକାର୍ଯ୍ୟ। ସେଥିପାଇଁ ଗଣମାଧ୍ୟମ ଭୟ, ଚାପ ଓ ସତ୍ତାର ନାଲିଆଖିରୁ ଊର୍ଦ୍ଧ୍ବରେ ରହିବା ସପକ୍ଷରେ ମତପ୍ରକାଶ ପାଏ ଏବଂ ଆଇନଗତ ବ୍ୟବସ୍ଥା ସପକ୍ଷରେ ଯୁକ୍ତି କରାଯାଏ। ବିଡ଼ମ୍ବନା ହେଉଛି ସତ୍ତା ଓ ନେତାଙ୍କ ପାଇଁ ସବୁ କାଳରେ, ସବୁ ଯୁଗରେ ସ୍ବାଧୀନ ଗଣମାଧ୍ୟମ ଏକ ବଡ଼ବିପଦ। ଗଣତନ୍ତ୍ରରେ ପ୍ରେସ ସ୍ବାଧୀନତା କଥା ଯେତେ କୁହାଗଲେ ମଧ୍ୟ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଚାପ ଥାଏ। ଏହାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିଲେ ମଧ୍ୟ ଏନେଇ କୌଣସି ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରକୃତରେ ନାହିଁ।
ୱିକିଲିକ୍ସ୍‌ ଆମେରିକା ପ୍ରଶାସନର ଦୁର୍ନୀତି ଓ ଭିତିରିକଥା କ୍ରମାଗତ ଭାବେ ପ୍ରକାଶ କରିବାପରେ ସେଠା ପ୍ରଶାସନର ବିଷ ଦୃଷ୍ଟିରେ ପଡ଼ିଥିଲା। ଆମେରିକା ଆସେଞ୍ଜଙ୍କୁ ଦେଶଦ୍ରୋହୀ ଘୋଷଣା କରିବାସହ ଗିରଫ କରିବାକୁ କଳବଳ କଉଶଳ ଲଗାଇଥିଲା। ଆସେଞ୍ଜଙ୍କ ସମସ୍ୟା ହେଲା ବିଶ୍ବର କୌଣସି ଏମିତି ଦେଶ ନାହିଁ ଯାହା ବିଷୟରେ ତାଙ୍କ ସଂସ୍ଥା ଗୁପ୍ତତଥ୍ୟ ପ୍ରଘଟ ନ’କରିଛି। ତେଣୁ ତାଙ୍କୁ ଅନେକ ବାକ୍‌ସ୍ବାଧୀନତାର ଚମ୍ପିଅନ କହୁଥିବାବେଳେ ଅଧିକାଂଶ ଦେଶ ଶତ୍ରୁଭାବେ ଦେଖିଆସୁଛନ୍ତି। ପ୍ରଖ୍ୟାତ ଲେଖକ ଜର୍ଜ ଓରୱେଲ ତ’ କହିଛନ୍ତି ‘‘… ବାକ୍‌ ସ୍ବାଧୀନତାର ଅର୍ଥ ସେମାନେ ଯାହା ଶୁଣିବାକୁ ଚାହାନ୍ତି ନାହିଁ ତାହା ଲୋକଙ୍କୁ ଶୁଣାଇବା ଓ କହିବାର ଅଧିକାର।’’ ରକ୍ଷଣଶୀଳ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହେବା ପରେ ଆସେଞ୍ଜଙ୍କ ଉପରେ ଚାପ ବଢ଼ିଥିଲା। ତା’ପୂର୍ବରୁ ତାଙ୍କ ଜନ୍ମିତ ଦେଶ ସ୍ବିଡେନ​‌େ​‌ର ଆସେଞ୍ଜଙ୍କ ବିରୋଧରେ ଏକ ଜନାକାରୀ ମାମଲା ଆଗତ ହୋଇ ଗିରଫ ପରୱାନା ଜାରି କରାଯାଇଥିଲା। ଏହି ମାମଲାରେ ଗିରଫ ଆଶଙ୍କା ଏଡ଼ାଇବାକୁ ସେ ବ୍ରିଟେନ ଚାଲିଆସି ଇ‌େକ୍ବଡର ଦୂତାବାସରେ ୨୦୧୨ରେ ଶରଣ ନେଇଥିଲେ। ଏବେ ବଳାତ୍କାର ମାମଲାରୁ ସେ ମୁକ୍ତ ହୋଇଥିଲେ ମଧ୍ୟ ସ୍ବିଡେନ ଜରିଆରେ ଆମେରିକା ତାଙ୍କୁ ଗିରଫ କରି ପଚରାଉଚରା କରିବାର ଆଶଙ୍କା ଥିବାରୁ ସେ ଲଣ୍ଡନ​‌େ​‌ର ରାଜ​‌େନୖତିକ ଆଶ୍ରୟ ନେଇଥିଲେ। ବିଡ଼ମ୍ବନାର ବିଷୟ ହେଲା ଯେଉଁ ଦେଶର ଦୂତାବାସରେ ସେ ଆଶ୍ରୟ ନେଇଥିଲେ ତାଙ୍କ ସଂସ୍ଥା ସେ ଦେଶ (ଇ​‌େ​‌କ୍ବଡର) ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତଥ୍ୟ ପ୍ରକାଶ କରି ଆସେଞ୍ଜଙ୍କ ନିରାପଦ ଆଶ୍ରୟକୁ ବିପନ୍ନ କରିଦେଲା। ଇ‌େ‌କ୍ବଡର ସରକାରଙ୍କ ତାଙ୍କୁ ଅଧିକକାଳ ଶରଣ ଦେବାକୁ ମନା କରିଦେବାରୁ ଶେଷରେ ସେ ବ୍ରିଟିଶ ପୁଲିସ ହାତରେ ଗିରଫ ହୋଇଛନ୍ତି।
ଏବେ ପ୍ରଶ୍ନ ହେଉଛି ଯେ ବାକ୍‌ ସ୍ବାଧୀନତା ଓ ପରିପ୍ରକାଶ ଅଧିକାରର ସୀମା ସରହଦ କେତେ? ଏଥିପାଇଁ ଲଢ଼ୁଥିବା ଓ ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିଟି ଯଦି ସମସ୍ତଙ୍କର ଶତ୍ରୁ ହେବ; ତେବେ ତା’ ପାଇଁ କେଉଁ ସ୍ଥାନ ନିରାପଦ?? ତାଙ୍କ ସଂସ୍ଥା କ’ଣ କରୁଛି ଓ ତା’ସହିତ ତାଙ୍କର ବ୍ୟକ୍ତିଗତ ନିରାପତ୍ତା କିପରି ଜଡ଼ିତ ସେ ବିଷୟରେ ଆସେଞ୍ଜ ନିଶ୍ଚିତ ଅବଗତ ଥିବେ। ଅତଏବ ଆମେରିକାର ଚାପ ଓ ପ୍ରଭାବ ଯୋଗୁଁ ଶେଷରେ ସେ ଯେ ହାରିଯାଇଛନ୍ତି ତାହା କହିବାକୁ ପଡ଼ିବ। ତାଙ୍କ ପାଇଁ ଏକମାତ୍ର ସାନ୍ବ୍ତନା ଯେ ନିର୍ଯାତନା ଓ ମୃତ୍ୟୁଦଣ୍ଡ ଦିଆଯିବାର ଆଶଙ୍କା ଥିବା ଦେଶକୁ ତାଙ୍କୁ ବ୍ରିଟେନ ପ୍ରତ୍ୟର୍ପଣ କରିବ ନାହିଁ; ହେଲେ ବାକ୍‌ ସ୍ବାଧୀନତା ଓ ପରିପ୍ରକାଶର ଉଦ୍‌ଘୋଷଣା କରୁକରୁ ରାଷ୍ଟ୍ରଶକ୍ତି କିପରି ଅନାୟାସରେ ତାଙ୍କର କଣ୍ଠରୋଧ କରିଦେଲା ତାହା ଏବେ ଆସେଞ୍ଜ ଭଲ ଭାବେ ବୁଝିପାରିଥିବେ। କେହି ଜଣେ ପ୍ରାଜ୍ଞ କହିଛନ୍ତି, ‘ବାକ୍‌ ସ୍ବାଧୀନତା ତୁମେ ପ୍ରକାଶ କରୁଥିବା କଥାକୁ ସୁରକ୍ଷା ଦିଏନାହିଁ; ବରଂ ଏହା ତୁମେ ଭଲ ପାଉନଥିବା କଥାକୁ ସୁରକ୍ଷା ଦିଏ।’’ ତେବେ ବାକ୍‌ସ୍ବାଧୀନତା କ୍ଷେତ୍ରରେ ଯେ ଏକ ଆତ୍ମନିର୍ଦ୍ଧାରିତ ଆଚରଣ ବିଧି ଓ ନିୟମ ରହିବା ଅପରିହାର୍ଯ୍ୟ, ଆସେଞ୍ଜ ଘଟଣା ଚେତାଇ ଦେଇଛି। ଆମେ ତାଙ୍କୁ ପତିତ ନାୟକ (ଫଲନ୍‌ ହିରୋ) କହିବା ନା ଚମ୍ପିଅନ?

Facebook Comments

READ  ଗାନ୍ଧୀଙ୍କ ନାମରେ ସମସ୍ତେ ଶସ୍ତା ରାଜନୀତି କରୁଛନ୍ତି: ପ୍ରଶାନ୍ତ