ଖଣି କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ

0

ଝାରସୁଗୁଡା: ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ଭୂତଳ କୋଇଲା ଖଣିରେ ବୁଧବାର ଦିନ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ମାଇନ ନଂ୨ର ମ୍ୟାନେଜର ସୁରେନ୍ଦ୍ର କୁମାରଙ୍କୁ ଲାଞ୍ଚ ନେଉଥିବା ସମୟରେ ସିବିଆଇ ଗିରଫ କରିଛି। ସିରାଜ ଉଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରାଯାଇଛି। ଚଢ଼ଉରେ ସିବିଆଇ ଡିଏସପି ଏନ୍ ସି ସାହୁ, ଇନ୍ସପେକ୍ଟର ପି ସି ସାହୁଙ୍କ ସମେତ ୧୫ ଜଣିଆ ଟିମ୍ ସାମିଲ୍ ଥିଲେ।

Leave A Reply