ଔଷଧ ତାଲିକାଭୁକ୍ତ ହେଲା ଏକ୍ସରେ ମେସିନ୍‍

0

ନୂଆଦିଲ୍ଲୀ: ରଞ୍ଜନ ରଶ୍ମୀ ବା ଏକ୍ସରେ ମେସିନ୍‍, ଏମ୍‍ଆରଆଇ, ସିଟି ସ୍କାନ୍‍, ଡାଏଲିସିସ୍‍ ସମେତ ସ୍ୱାସ୍ଥ୍ୟ ସେବାରେ ବ୍ୟବହୃତ ୮ଟି ଉପକରଣକୁ କେନ୍ଦ୍ର ସରକାର ଔଷଧ ତାଲିକାଭୁକ୍ତ କରିଛନ୍ତି। ଏହାଦ୍ୱାରା ଯନ୍ତ୍ରପାତି ଓ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ସରକାର କହିଛନ୍ତି। ୨୦୨୦ ଏପ୍ରିଲ୍‍ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଏବେ ୨୩ଟି ସ୍ୱାସ୍ଥ୍ୟସେବା ଉପକରଣ ଔଷଧ ତାଲିକାଭୁକ୍ତ ହୋଇଛି। ସେଗୁଡ଼ିକ ଡ୍ରଗସ ଆଣ୍ଡ କସମେଟିକସ ଆକ୍ଟ ଅଧୀନରେ ନିୟନ୍ତ୍ରିତ ହେଉଛି। ଏହି ତାଲିକାରେ ନଥିବା ଉପକରଣ ବାହାରୁ ଆମଦାନୀ ହେଉଥିବାରୁ ମୂଲ୍ୟ ଓ ଗୁଣାତ୍ମକ ମାନ ଠିକ ରହୁନି। ତେଣୁ ନିତି ଆୟୋଗଙ୍କ ପରାମର୍ଶ ଆଧାରରେ ଉପରୋକ୍ତ ଉପକରଣକୁ ଔଷଧ ତାଲିକାଭୁକ୍ତ କରାଯାଇଛି।

Leave A Reply