ହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ

0

ନୂଆଦିଲ୍ଲୀ: ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍‍ ହିଂସାଗ୍ରସ୍ତ ଦେଶ। ଇରାକ୍‍ରେ ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି ହେଉଥିବାବେଳେ ଆଫ୍‍ଗାନିସ୍ତାନ ତାଲିକାର ତୃତୀୟ ସ୍ଥାନରେ ରହିଛି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ଭାରତରେ ହେଉଥିବା ଆତଙ୍କବାଦ ବା ହିଂସା ମଧ୍ୟରୁ ୫୩% ସିିପିଆଇ ମାଓବାଦୀଙ୍କ ଦ୍ୱାରା ସଂଗଠିତ ହେଉଛି। ଆଇଏସ୍‍, ତାଲିବାନ୍‍ ଓ ଏଆଇ ଶାବାବ ପରେ ନକ୍ସଲ ସଂଗଠନ ଚତୁର୍ଥ ହିଂସା ବା ଆତଙ୍କ ଉଦ୍ରେକକାରୀ ସଂଗଠନର ମାନ୍ୟତା ପାଇଛି। ୨୦୧୫ ପର୍ଯ୍ୟନ୍ତ ପାକିସ୍ତାନ ତୃତୀୟ ସର୍ବାଧିକ ହିଂସା ଅଧ୍ୟୁଷିତ ଦେଶ ଭାବେ ପରିଗଣିତ ହେଉଥିବା ବେଳେ ୨୦୧୭ରୁ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୭ରେ ଭାରତରେ ହିଂସାତ୍ମକ ଘଟଣା ୨୪% ବୃଦ୍ଧି ପାଇଥିଲା। ୨୦୧୭ରେ ମୋଟ ୮୬୦ଟି ଆତଙ୍କ ବା ହିଂସାତ୍ମକ ଘଟଣା ଘଟିଥିବା ବେଳେ ସେଥିମଧ୍ୟରୁ ୨୫% କେବଳ ଜାମ୍ମୁକାଶ୍ମୀରରେ ଘଟିଛି। ୧୫% ଛତିଶଗଡ଼ରେ ଓ ୧୦% ପଶ୍ଚିମବଙ୍ଗରେ ଘଟିଛି। ସେହିଭଳି ଭାରତରେ ୭୪ ଟି ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ରିପୋର୍ଟରେ ଦର୍ଶାଯାଇଛି।
୨୦୧୭ରେ ବିଶ୍ୱରେ ମୋଟ ୮୫୮୪ଟି ଆତଙ୍କବାଦ ଘଟଣା ଘଟିଥିବା ବେଳେ ସେଥିରେ ୧୮,୭୫୩ ଜଣଙ୍କ ମୃତ୍ୟୁ ଘଟିଛି। ୧୯,୪୬୧ ଜଣ ଆହତ ହୋଇଛନ୍ତି।

Leave A Reply