ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ

0

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଆୟୋଜିତ ଇଗାଟ୍‌ କପ୍‌ ଭାରୋତ୍ତୋଳନ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ତାରକା ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ମିଳିଥିବା ସୂଚନାନୁଯାୟୀ ମୀରାବାଈ ୪୮ କେଜି ବିଭାଗ ସ୍ନାଚ୍‌ରେ ୮୨ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୦ ଏପରି ମୋଟ ୧୯୨ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିିତିଛନ୍ତି। ୨୦୧୮ରେ ପିଠି ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଅଧିକାଂଶ ପ୍ରତିଯୋଗିତାରେ ଭାଗ ନେଇନଥିବା ମୀରାବାଈ ଇଗାଟ୍ କପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଏହି ପ୍ରଦର୍ଶନ ମୀରାବାଈଙ୍କ ମନୋବଳକୁ ବଢ଼ାଇବ ବୋଲି ଆଶା କରାଯାଉଛି।
ସୂଚନାଥାଉକି ମୀରାବାଈ ଗତବର୍ଷ ବିଶ୍ବ ଚମ୍ପିଆନସିପ୍‌ରେ ଭାଗ ନେଇ ପାରିନଥିଲେ। ସେହିପରି ଆଘାତଜନିତ କାରଣରୁ ସେ ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ବିଫଳ ହୋଇଥିଲେ। ତେବେ ସେ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୯୬ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ।

Leave A Reply