ଶୁକ୍ରବାର ରାଶିଫଳ

0

ମେଷ: ଅପ୍ରିୟ ପରିସ୍ଥିତିରୁ ଉଧୁରୀ ଯାଇପାରନ୍ତି। ସୁଖରେ ଦିନଟି ଅତିବାହିତ ହେବ। ପାପୀର ପାପମୋଚନ କରିବାକୁ ଉଦ୍ୟମ କରିବେ। ଇନ୍ଦ୍ରିୟମାନଙ୍କୁ କରାୟତ୍ତ କରିପାରନ୍ତି। ସନ୍‍ମାର୍ଗୀ ହେବେ। ଭାବନା ଧର୍ମୀୟ ହେବ।

ବୃଷ: କାର୍ଯ୍ୟରେ ସଫଳତା ମିଳିବ। କଷ୍ଟସାଧ୍ୟ ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଶତ୍ରୁ ଦମନ କରି ପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

ମିଥୁନ: ସୁଖ, ସମ୍ମାନ ଲାଭ କରିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କରିତ୍‍ କର୍ମା ହେବେ। ବ୍ୟବସାୟ ଲାଭଜନକ ହେବ। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୱାନ ହେବେ।

କର୍କଟ: ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଯଶସ୍ୱୀ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୀର୍ତ୍ତିମାନ ହୋଇପାରନ୍ତି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବାକ୍ୟ ପଟୁ ହେବେ।

ସିଂହ: ଭ୍ରମଣ ଫଳଦାୟକ ହେବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ପ୍ରିୟ ଭାଷୀ ହେବେ। ସୁଖ ସମୃଦ୍ଧି ପଥରେ ଆଗକୁ ବଢ଼ିପାରନ୍ତି। ଶତ୍ରୁ ବଳବାନ ହେଲେ ବି ଅନିଷ୍ଠ ହେବ ନାହିଁ।

କନ୍ୟା: ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ମାନସିକ ସ୍ତରରେ ନିଜକୁ ଦୁର୍ବଳ ଅନୁଭବ କରିବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ତୁଳା: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ପରାକ୍ରମୀ ହେବେ।

ବିଛା: ଯେ କୌଣସି ସୂତ୍ରରୁ ଅର୍ଥ ମିଳି ପାରେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବାର ସୂଚନା ମିଳୁଛି। ରାଜବଂଶ ପୂଜିତ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି।

ଧନୁ: ପଠନ-ଲିଖନରେ ପାରଦର୍ଶିତା ଲାଭ କରିବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହୋଇପାରନ୍ତି। ଧନଶାଳୀ ହେବା ଆଶା କରାଯାଏ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହେବେ।

ମକର: ମାନସିକ ଚାପରେ ସବୁ ଦୁଃଖ, କଷ୍ଟ ପ୍ରକାଶ କରିପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ବୁଦ୍ଧିମାନ ହେବେ। ପୁତ୍ର ସୁଖରେ ସୁଖୀ ହୋଇପାରନ୍ତି। ପରୋପକାରୀ ହେବେ। ପଥରୋଧ ଘଟିପାରେ। ଦୁଶ୍ଚିନ୍ତାରେ ପଡ଼ି ପାରନ୍ତି।

କୁମ୍ଭ: ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯଶସ୍ୱୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଉପୁଜିଥିବା ସମସ୍ୟା ଦୂର ହେବ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମ ହେବ।

ମୀନ: ଶ୍ରମଦାନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଉତ୍ସାହିତ ହୋଇ କାର୍ଯ୍ୟ କରିବେ। ଭାଗ୍ୟବାନ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ରାଜପ୍ରାସାଦ ହେତୁକ ସମସ୍ତ ସୁଖୈଶ୍ଚର୍ଯ୍ୟ ଭୋଗ କରିପାରନ୍ତି। ଯାନବାହନ ସୁଖ ମିଳିପାରେ।

Leave A Reply