ଶନିବାର ରାଶିଫଳ

0

ମେଷ: ବିପଦରୁ ଉଧୁରି ଯାଇପାରନ୍ତି। ପ୍ରତାରିତ ହେବା ଆଶା କରାଯାଏ। ବାଦ-ବିବାଦରେ ଅନୁତପ୍ତ ହୋଇପାରନ୍ତି। ମଧୁର ଭାଷାରେ ବିରୋଧୀଙ୍କୁ ଆୟତ୍ତ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ଗୁରୁକୃପା ଲାଭ କରିବେ।

ବୃଷ: କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟାଇ ସଫଳତା ଲାଭ କରିବେ। ବିଭିନ୍ନ ସୂତ୍ରରୁ; ଏପରିକି ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ। ବ୍ୟବସାୟ ଲାଭଜନକ ହେବ। ଲୋକପ୍ରିୟତା ବୃଦ୍ଧି ହେବ।

ମିଥୁନ: ଆଳସ୍ୟ ପରିତ୍ୟାଗ କରି କାର୍ଯ୍ୟ ହାସଲ ପାଇଁ ଲାଗି ପଡ଼ିବେ। ସୁଖୀ ହେବେ। ବହୁ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। କୀର୍ତ୍ତିମାନ ହେବେ।

କର୍କଟ: ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭ୍ରମଣ ଯୋଗ ଅଛି। ସୌଜନ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆତ୍ମ ସନ୍ତୋଷ ଲାଭ କରିବେ।

ସିଂହ: ଜଞ୍ଜାଳ ଦୂରୀଭୂତ ହେବ। ଶୋକାତୁର ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଯଥା ଖର୍ଚ୍ଚାନ୍ତ ହୋଇବାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଖୁବ୍‍ ସତର୍କରେ ଚଳିବାକୁ ପଡ଼ିବ।

କନ୍ୟା: ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲକ୍ଷ୍ୟ ହାସଲ କରିବେ। ପ୍ରୀତି ଲାଭ ହେବ। ପାରିବାରିକ ସୁଖ ଅବ୍ୟାହତ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ସୁପରାମର୍ଶ ମିଳିବ।

ତୁଳା: ଆତ୍ମୀୟଙ୍କ ପାଇଁ ସମସ୍ୟା ଉପୁଜିବ। ଦୁଃସାହସିକ ପଦକ୍ଷେପ ନେଇ କଷ୍ଟଦାୟକ କାର୍ଯ୍ୟକୁ ସହଜରେ ହାସଲ କରିପାରନ୍ତି। ମନରେ ସରସତା ଆସିବ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି।

ବିଛା: ସତର୍କ ରହିଲେ କ୍ଷତିରୁ ଉଧୁରି ଯିବେ। ଚଞ୍ଚଳ ଚେଷ୍ଟିତ ହେବେ। ହଠାତ୍‍ କିଛି ଧନ ମିଳି ଯାଇପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଦେବ ଦର୍ଶନ କରି ଶାନ୍ତି ଓ ସନ୍ତୋଷ ଲାଭ କରିବେ।

ଧନୁ: କ୍ରୋଧ ସମ୍ବରଣ କଲେ ପାରିବାରିକ ଶାନ୍ତି ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କୃଷିରୁ ଲାଭବାନ୍‍ ହେବେ। ଯାନବାହନ ସୁଖ ମିଳିବ। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। ସୁସ୍ଥ ପରମ୍ପରା ବାହାକ ହେ​‌େ​‌ବ।

ମକର: ଆୟ ଉତ୍ତମ ଧରଣର ହେବ। ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। କଷ୍ଟଦାୟକ କାର୍ଯ୍ୟରେ କୌଶଳ ପ୍ରୟୋଗ କରି ସଫଳତା ଲାଭ କରିବେ। ବିବାଦରେ ବିଜୟୀ ହେବେ।

କୁମ୍ଭ: ମନୋବଳ ଦୃଢ଼ ହେବ। ଆଳସ୍ୟ ପରିତ୍ୟାଗ କରି କର୍ମ ଚଞ୍ଚଳ ରହିବେ। ସମ୍ମାନିତ ହେବେ। ସହଜରେ କାର୍ଯ୍ୟର ସଫଳ ରୂପାୟନ କରି ବହୁ ସମ୍ମାନର ଅଧିକାରୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ।

ମୀନ: ବୃଥାରେ କ୍ଷତି ସହି ପାରନ୍ତି। କ୍ଷତି ଭରଣା କରି ଅକ୍ଳେଶରେ ଧନବାନ୍‍ ହେବେ। ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ ହେବେ। ସୁଖ-ସମ୍ଭୋଗ ଲାଭ କରିପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ। ସ୍ଥିତି ଅନୁକୂଳ ରହିବ। ସମ୍ମାନିତ ହେବେ।

Leave A Reply