ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର

0

ଗୁରଗାଓଁ: ହରିଆଣାର ଜଣେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ୧୯ ବର୍ଷ ବୟସ୍କା ଯୁବତୀ ଜଣକ କୋଚିଂ କ୍ଲାସ୍‍କୁ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ କାରରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ବଳାତ୍କାର କରିବା ପରେ ଏକ ବସ୍‍ ଷ୍ଟପ୍‍ ପାଶ୍ୱର୍ରେ ଫୋଫାଡ଼ି ଦେଇ ଚାଲି ଯାଇଥିଲେ। ସେଠାରେ ଯୁବତୀଙ୍କ ଗ୍ରାମର କିଛି ଲୋକ ଉପସ୍ଥିତ ଥିଲେ ହେଁ କେହି ଯୁବତୀଙ୍କୁ ଉଦ୍ଧାର ପାଇଁ ଆସି ନଥିବା ପୀଡ଼ିତା କହିଛନ୍ତି।
ଘଟଣା ପରେ ପୀଡ଼ିତାଙ୍କ ପରିବାର ଲୋକେ ଏତଲା ଦେବା ପାଇଁ ଥାନାକୁ ଯାଇଥିଲେ ମଧ୍ୟ ପୁଲିସ ଏତଲା ରଖି ନଥିଲା। ଏହାପରେ ସେମାନେ ଏ ଥାନାରୁ ସେ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ। ବଳାତ୍କାରୀଙ୍କ ଧମକ ଯୋଗୁଁ ପୁଲିସ ଏତଲା ରଖି ନଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ପୀଡ଼ିତାଙ୍କ ପରିବାରର ଅଭିଯୋଗ ଆଧାରରେ ଏଫ୍‍ଆଇଆର ରୁଜୁ ହୋଇଥିବା ପୁଲିସ କହିଛି।

Leave A Reply