ମା’ର କାନ୍ଦ ଶୁଣି ଜିଇଁ ଉଠିଲା , ବ୍ରେନ୍‌ ଡେଡ୍‌ ପୁଅ

ହାଇଦ୍ରାବାଦ . -ତେଲେଙ୍ଗାନାରେ ଏକ ଆଶ୍ଚର୍ଯ୍ୟ ଧରଣର ଘଟଣା ଘଟିଛି । ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିବା ପୁଅ ମାଆର କାନ୍ଦ ଶୁଣି ବଞ୍ଚିଯାଇଛି । ତେଲେଙ୍ଗାନାର ସୂର୍ଯ୍ୟାପେଟରେ ଏହି ଘଟଣା ଘଟିଛି । ଜୁନ୍‌ ୨୬ ତାରିଖରେ ୧୮ ବର୍ଷିୟ ଜଣେ ଯୁବକ ଗନ୍ଧମ କରିନ୍‌ଙ୍କ ଜର ହୋଇଥିଲା । ତାଙ୍କ ଶରୀରର ତାପମାତ୍ରା ବଢିବାରେ ଲାଗିଥିଲେ । ସମୟ ଥିବା ଅବସ୍ଥାରେ ତାଙ୍କ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଆହୁରି ଖରାପ ହେବାରୁ ହାଇଦ୍ରାବାଦରେ ଏକ ବଡ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ କହିଥିଲେ । ସେଠାରେ ପ୍ରବଳ ଟଙ୍କା ଖର୍ଚ୍ଚ ହୋଇଥିଲା ଅବସ୍ଥାରେ କୌଣସି ସୁଧାର ଆସି ନଥିଲା । ସେ କୋମାକୁ ଚାଲିଯାଇଥିବା ଡାକ୍ତର କହିଥିଲେ । ପରେ ବ୍ରେନ୍‌ ଡେଡ୍‌ କହିବା ସହ ତାଙ୍କୁ ଡିସ୍‌ଚାର୍ଜ କରିବା ପାଇଁ କହିଥିଲେ । ମାତ୍ର ଯୁବକଙ୍କ ଘର ଲୋକ ଏକଥା ବୁଝି ନପାରି ଗନ୍ଧମ ମୃତ ବୋଲି ଭାବି ନେଇଥିଲେ । ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିଲା । ଏତିକି ବେଳେ ତାଙ୍କ ମାଆ ଜୋରରେ କାନ୍ଦି ଉଠିଥିଲେ ।
ସେତିକି ବେଳେ ପୁଅର ଆଖିରୁ ଲୁହ ବାହାରୁ ଥିବା ଦେଖିଥିଲେ , ସେ ଅନ୍ତମ ସଂସ୍କାର ପାଇଁ ଶରୀରକୁ ଛାଡି ନଥିଲେ । ସ୍ଥାନୀୟ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା । ସେ ବଞ୍ଚିଥିବା କଥା କହିଥିଲେ । ସଙ୍ଗେ ସଙ୍ଗେ ସେ ଚିକିତ୍ସା ହେଉଥିବା ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା ଡାକ୍ତରଖାନାକୁ ଫୋନ୍‌ କରାଯାଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏଥିରେ ଘାବରେଇଯାଇଥିଲେ । ସେହି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରତାଙ୍କୁ ୪ଟି ଇଞ୍ଜେକ୍‌ସନ୍‌ ଦେବା ପାଇଁ କହିଥିଲେ । ସେହି ଇଞ୍ଜେକ୍‌ସନ୍‌ ଦେବାପରେ ତାଙ୍କ ଅନ୍ୟ ଅଂଶ କାମ କରିଥିଲା ।
ପରେ ତାଙ୍କୁ ଅନ୍ୟ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି । ତାଙ୍କ ଘରେ ତାଙ୍କର ଏବେ ଚିକିତ୍ସା କରାଯାଉଛି ।

Comments are closed.