ବାନ୍ଦ୍ରା ଏମଟିଏନଏଲର ୯ ମହଲା କୋଠାରେ ଅଗ୍ନିକାଣ୍ଡ, ଛାତରେ ଫସି ରହିଛନ୍ତି ୧୦୦ ଲୋକ

ମୁମ୍ବଇ : ମୁମ୍ବଇ ସହରର ବାନ୍ଦ୍ରା ପଶ୍ଚିମାଞ୍ଚଳରେ ଥିବା ଏମଟିଏନଏଲର ୯ ମହଲା କୋଠାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। କୋଠାର ଛାତରେ ୧୦୦ ଜଣ ଲୋକ ଫସି ରହିଥିବା ସୂଚନା ମିଳିଛି।

ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିଶମ ବିଭାଗର କହିବା ଅନୁସାରେ ଏହା ୪ ନମ୍ବର ବିପଦ ସଂକେତର ଅଗ୍ନିକାଣ୍ଡ। ଏଥିରେ କାହାର ମୃତାହତ ହେବାର ସୂଚନା ମିଳିନାହିଁ। କେଠାର ତୃତୀୟ ଏବଂ ଚତୁର୍ଥ ମହଲାରେ ନିଅାଁ ଲାଗଛି। ଏପର୍ଯ୍ୟନ୍ତ ୧୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Comments are closed.