ପିପିଲି କଲେଜର ୪୦ତମ ବାର୍ଷିକ ଉତ୍ସବ

0

ପିପିଲି :ପିପିଲି ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଶନିବାର ମହା ସମାରୋହରେ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ଼ଃ ଭୀମସେନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼ଃ ପ୍ରସନ୍ନ କୁମାର ରାଉତରାୟ ଓ ଡ଼ଃ ଏନ୍‍.ଜି.ବି.ପି ପଟ୍ଟନାୟକ ଯୋଗଦେଇ ଦେଶଗଠନରେ ଛାତ୍ରସମାଜର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ନିଜକୁ ଶୃଙ୍ଖଳିତ କରି ଗଢିତୋଳିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କଲେଜର ଅଧ୍ୟାପକ ଡ଼ଃ ଶିବପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ତପନ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା। ଶେଷରେ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ କଲେଜର ଅଧ୍ୟାପକ ସୁରେଶ ଚନ୍ଦ୍ର ପଣ୍ଡା, ଭାରତୀ ଭୂଷଣ ଦାସ, ଡ଼ଃ ସଚ୍ଚିକାନ୍ତ ନାୟକ, ଆଦିତ୍ୟ ପ୍ରସାଦ ରଥ, ଅଧ୍ୟାପିକା ସରିତା ନାୟକ, ଅନାମିକା ସାହୁ, ରେଶମା ସ୍ୱାଇଁ ଓ ପୂର୍ବତନ ଛାତ୍ର ହେମନ୍ତ କୁମାର ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply