ନାବାଳିକାଙ୍କୁ ବଳାତ୍କାର ପରେ ପ୍ରେମିକଙ୍କ ଆତ୍ମହତ୍ୟା

0

କୋର୍‍ବା: ଛତିଶଗଡ଼ର କୋରବା ଜିଲାରେ ଗତ ଗୁରୁବାର ଜନୈକା ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଦୁର୍ବୃତ୍ତମାନେ ବଳାତ୍କାର କରିଥିଲେ। ଏଥିରେ ମର୍ମାହତ ହୋଇ ୨୧ ବର୍ଷୀୟ ପୁରୁଷ ବନ୍ଧୁ ଜଣକ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ଘଟଣାର ତଦନ୍ତ ବେଳେ ପୀଡ଼ିତା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତ ଈଶ୍ୱର ଦାସ ଓ ଖେମ୍‍ କନ୍‍ୱରଙ୍କୁ ପୁଲିସ ଗିରଫ କରିଛି। ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟାରେ ସ୍କୁଲ୍‍ ପାଖରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିଲେ।

Leave A Reply