ମୃତ ବ୍ୟକ୍ତିଙ୍କ ଶବ ରଖି ରାସ୍ତାରୋକ

0

ବରଗଡ: ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ବିଜେପୁର ଠାରେ ରାସ୍ତାରୋକ କରାଯାଇଛି। ଆଜି ଅପରାହ୍ନ ସମୟରେ ଏକ ଅଜଣା ବାଇକ ମହିମା ସାଧୁ ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମହିମାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବିଜେପୁରସ୍ଥିତ ଗଣ୍ଡାପାଲୀ ମହିଳା ଆଶ୍ରମ ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply