ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଆସିକା : ଗଞ୍ଜାମ ଜିଲାର ପାଟପୁର ଥାନା ପରିସରରେ ମଙ୍ଗଳବାର ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ନାମ ହେଲା ଶିବ ପାତ୍ର । ଶୌଚ ହେବାକୁ ଯାଇ ସେଠାରେ ଏକ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଶିବ ପାତ୍ର ଗିରଫ ହୋଇ ଥାନା ହାଜତରେ ଥିଲା।

Comments are closed.