ଝାରସୁଗୁଡ଼ା ବିମାନବନ୍ଦରରେ ପରୀକ୍ଷାମୂଳକ ଉଡ଼ାଣ : ଡିଆଇଜିଙ୍କ ସୁରକ୍ଷା ସମୀକ୍ଷା

0

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରରେ ଆଜି ବାୟୁସେନାର ବୋଇଂ ୭୩୭ ବିମାନ ପରୀକ୍ଷାମୂଳକ ଉଡ଼ାଣ କରିଛି। ଆଜି ମଧ୍ୟାହ୍ନ ୧୨ଟା ୨୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ବାୟୁସେନାର ବୋଇଂ ୭୩୭ ଅବତରଣ କରିଥିଲା। ବାୟୁସେନାର ଅଧିକାରୀମାନେ ସୁରକ୍ଷିତ ଭାବେ ବୋଇଂ ୭୩୭ ବିମାନ (ନଂ. କେ ୫୦୧୪)କୁ ଅବତରଣ କରିବା ସହିତ ରନ୍‍ୱେ ସହିତ ଅନ୍ୟାନ ସୁରକ୍ଷା ଅନୁଧ୍ୟାନ କରିଥିଲେ। ବାୟୁସେନା ଅଧିକାରୀମାନେ ବିମାନବନ୍ଦର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କ’ଣ କ’ଣ ପଦକ୍ଷେପ ନିଆଯିବ ଓ ପ୍ରଧାନମନ୍ତ୍ରୀଙ୍କ ବିମାନ ଠିକ ଭାବରେ ଏହି ବିମାନବନ୍ଦରରେ ଅତରଣ କରିପାରିବ କି ନାହିଁ ତାହାର ସମୀକ୍ଷା କରାଯାଇଥିଲା। ସିଧାସଳଖ ଦିଲ୍ଲୀରୁ ଆସିଥିବା ଏହି ବିମାନଟି ଝାରସୁଗୁଡ଼ା ବିମାନବନ୍ଦରରେ ଅଧ ଘଣ୍ଟା ରହି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ବାୟୁସେନାର ଦୁଇଜଣ ଅଧିକାରୀ ଆସି ବିମାନବନ୍ଦର ତଦାରଖ କରିଥିଲେ। ଅପରପକ୍ଷରେ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏହା ପୂର୍ବରୁ ଆଜି ସମ୍ବଲପୁର ଡିଆଇଜି ସତ୍ୟବ୍ରତ ଭୋଇ ସୁରକ୍ଷା ସମୀକ୍ଷା କରିଛନ୍ତି। ଡିଆଜି ଝାରସୁଗୁଡ଼ା ବିମାନବନ୍ଦର ପରିଦର୍ଶନ କରିବା ସହିତ ସାଧାରଣ ସଭା ଅନୁଷ୍ଠିତ ହେବାକୁ ଥିବା ଅମଲିପାଲି ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦିଲ୍ଲୀରୁ ଆସିବାକୁ ଥିବା ଏସ୍ପିଜି ସମେତ ଆଇଜି, ଡିଆଇଜି ୭ ଜଣ ଏସ୍ପି, ୮୫ ପ୍ଲାଟୁନ ଫୋର୍ସ ସମେତ ଆଇଆଇସି ଓ ଅନ୍ୟାନ ପୁଲିସ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦିଲ୍ଲୀରୁ ସୁରକ୍ଷା କର୍ମୀ ଆଗରୁ ଆସି ଝାରସୁଗୁଡ଼ାରେ ପହଞ୍ôଚବେ ବୋଲି ପୁଲିସ ସୁତ୍ରରୁ ପ୍ରକାଶ।

Leave A Reply