ଗଛପଡ଼ି ବାଳକ ମୃତ

ନୂଆପଡ଼ା : ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଧରମସାଗର ଗ୍ରାମରେ ଝଡ଼ ବର୍ଷାବେଳେ ଗଛ ଭାଙ୍ଗି ପଡ଼ିଯିବାରୁ ଜଣେ ୫ ବର୍ଷ ବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାଳକ ଜଣଙ୍କ ଖେଳୁଥିବା ବେଳେ ତା ଉପରେ ଗଛଟି ଭାଙ୍ଗି ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ବାଳକକୁ ନୂଆପଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି।

Comments are closed.