କୋର୍ଟ ପରିସରରୁ କଏଦୀ ଫେରାର

0

ଅନୁଗୁଳ କୋର୍ଟ ପରିସରରୁ ଜଣେ କଏଦୀ ଫେରାର ହୋଇଯାଇଛି । ଫେରାର କଏଦୀ ଜଣକ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲା । ଆଜି କୋର୍ଟରେ ଶୁଣାଣି ଥିବାରୁ ତାକୁ କୋର୍ଟକୁ ନିଆଯାଇଥିଲା । ପାଇଖାନା ଘରେ ଶୌଚ ପାଇଁ ଯାଇଥିବା ବେଳେ ଘରର ଆଜବେଷ୍ଟ ଭାଙ୍ଗି ପଳାଇଥିଲା । ବହୁତ ଖୋଜାଖୋଜି କରିବା ପରେ ସେ ମିଳି ନ ଥିଲା । ଫେରାର କଏଦୀର ନାମ ଝସକେତନ ସାହୁ । ସୁଧ ଟଙ୍କା ମାଗିବାରୁ ସେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଦୁଇ ଭାଇଙ୍କ ଶବ ଉଦ୍ଧାର କରି ଝସକେତନକୁ ଗିରଫ କରିଥିଲା ।

Leave A Reply