କାଳବୈଶାଖୀ ଆଶଙ୍କା; ୧୧ ଜିଲାରେ ସତର୍କ ସୂଚନା

0

ଭୁବନେଶ୍ୱର : ଓଡିଶା ଦେଇ ଆସମରୁ ଦକ୍ଷିଣ ଛତିଶଗଡ ପର୍ୟ୍ୟନ୍ତ ଜାରି ରହିଥିବା ଟ୍ରଫଲାଇନ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୭ ତାରିଖରେ ଦକ୍ଷିଣ ଉପକୂଳ ଓଡିଶା ସମେତ ମାଲାକାନଗିରି, ରାୟଗଡା ଓ କୋରାପୁଟରେ ହାଲୁକା ବର୍ଷା ହେବାର ସମ୍ଭାବାନା ରହିଛି । ସେହିପରି ଆସନ୍ତା ୮ ତାରିଖରେ କାଳବୈଶାଖୀ ହେବ ସହ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲାରେ ହାଲୁକା ବର୍ଷା ବା ବଜ୍ରପାତ ସହ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply