ଇମ୍ରାନ୍‍ ପ୍ରଧାନମନ୍ତ୍ରୀ ହେବା ପରେ ପାକସେନା ଅଧିକ ଉଗ୍ର ହୋଇଛି: ବିଏସ୍‍ଏଫ୍‍ ମୁଖ୍ୟ

0

ନୂଆଦିଲ୍ଳୀ: ପୂର୍ବତନ କ୍ରିକେଟ୍‍ ତାରକା ଇମ୍ରାନ୍‍ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱଗ୍ରହଣ କରିବା ପରେ ପାକିସ୍ତାନ ସେନାର ଭାରତ ବିରୋଧୀ ଆଭିମୁଖ୍ୟ ଅଧିକ ଶାଣିତ ହୋଇଛି ବୋଲି କହିଛନ୍ତି ଭାରତର ସୀମା ସୁରକ୍ଷା ବଳର ମହାନିର୍ଦେଶକ କେ କେ ଶର୍ମା। ମୁଖ୍ୟ କନଷ୍ଟେବଳ ନରେନ୍ଦ୍ର ସିଂହଙ୍କୁ ସୀମାରେ ଗୁଳି ମାରିବା ପରେ ଗଳାକାଟି ହତ୍ୟା କରାଯିବା ଘଟଣାରେ ଶ୍ରୀ ଶର୍ମା କହିଛନ୍ତି ଯେ ଏଭଳି ଘଟଣା ପୂର୍ବରୁ କେବେ ବି ଘଟିନଥିଲା। ଇମ୍ରାନ୍‍ ଖାନ୍‍ଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ହିଁ ପାକ୍‍ ସେନା ଏଭଳି ଘୃଣ୍ୟ ମାନସିକତା ଆପଣେଇଛି। ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଆମେ ବିହିତ ପଦକ୍ଷେପ ନେଇଛୁ।

Leave A Reply