ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷା

0

ମୁମ୍ବଇ: ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷାର ମାନ୍ୟତା ଲାଭ କରିଛି। ହିନ୍ଦୀ ପଛକୁ ଗୁଜରାଟୀ ଓ ତା’ ପଛକୁ ତେଲୁଗୁ ଭାଷାରେ ଆମେରିକାରେ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି। କିନ୍ତୁ ୨୦୧୦ ରୁ ୨୦୧୭ ମଧ୍ୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ସେଠାରେ ୮୬% ବୃଦ୍ଧି ପାଇଥିବା ଜଣାପଡ଼ିଛି।
ୟୁଏସ୍‍ ସେନସସ୍‍ ବ୍ୟୁରୋର ତଥ୍ୟାନୁଯାୟୀ, ଆମେରିକାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୨୧.୮% ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି। ୩୦.୫ କୋଟି ଆମେରିକୀୟଙ୍କ ମଧ୍ୟରୁ ୬.୭ କୋଟି ଲୋକ ସେମାନଙ୍କ ଘରେ ବିଦେଶୀ ଭାଷାରେ କଥା ହେଉଥିବା ଜଣାପଡ଼ିଛି।

Leave A Reply